ଚିକତ୍ସାଧିନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର କଳାକାର ପିଣ୍ଟୁ ନନ୍ଦ। ଲୋକପ୍ରିୟ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଓଡ଼ିଆ ଫିଲ୍ମରେ ପିଣ୍ଟୁ ନନ୍ଦ ଖଳନାୟକ ଭୂମିକାରେ ନଜର ଆସୁଥିଲେ।

ଦୀର୍ଘ ଦିନରୁ ପିଣ୍ଟୁ ନନ୍ଦ ଯକୃତ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇନ୍ସ (ଆଇଏଲବିଏସ୍) କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଯକୃତ ପ୍ରତିରୋପଣ ପାଇଁ ଯୋଜନା କରାଯାଇଥିଲା।
ତେବେ ନିକଟରେ ତାଙ୍କ ଦେହ ଖରାପ ହେବା ପରେ ଡାକ୍ତର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ କହିଥିଲେ । ଯେଉଁଥିପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିବାବେଳେ ଚିକିତ୍ସାରେ ପ୍ରାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ମେଡିକାଲ ପକ୍ଷରୁ ଆକଳନ କରାଯାଇଥିଲା ।

ତେବେ ଅଙ୍ଗଦାନକାରୀ ଅଭାବରୁ ଫେବ୍ରୁଆରୀ ୨୫ ତାରିଖରେ ଦିଲ୍ଲୀରୁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ ପିଣ୍ଟୁଙ୍କ ପରିବାର ସଦସ୍ୟ ଯକୃତ ଦାନ କରିବାର ଥିଲା । କିନ୍ତୁ ବ୍ଲଡ ଗ୍ରୁପ ଓ ଅନ୍ୟ କାରଣରୁ ତାହା ସମ୍ଭବ ହୋଇ ପାରି ନଥିଲା ।

Related Articles

Back to top button