ସିକ୍କିମରେ ଓଡିଆ ଯବାନ ସହିଦ

ସିକ୍କିମରେ ଓଡିଆ ଯବାନ ନିଖୋଜ ଘଟଣା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରଦୀର୍ଘ ପଞ୍ଚାୟତ କେନ୍ଦୁଢିପ ଗାଁର ହାବିଲଦାର ସରୋଜ କୁମାର ଦାସ ସହିଦ ହୋଇଛନ୍ତି । ସରୋଜ ସହିଦ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସରୋଜଙ୍କ ମୃତଦେହ ଚିହ୍ନଟ କଲେ ତାଙ୍କ ପରିବାର ଲୋକ । ସିକ୍କିମ ବନ୍ୟାରେ ୨୩ ଯବାନ ନିଖୋଜ ହୋଇଥିଲେ । ଖବର ଜଣାପଡ଼ିବା ପରେ ଘରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ସରୋଜଙ୍କ ବନ୍ୟାରେ ନିଖୋଜ ହେବା ଖବର ପୁରା ଗାଁ ଦୁଃଖରେ ଭାଙ୍ଗିପଡ଼ିଛି ।

୨୦୧୨ରେ ସରୋଜ ସେନାବାହିନୀରେ ଯୋଗ ଦେଇଥିଲେ । ଏହି ବର୍ଷ ଫେବୃଆରୀ ମାସରେ ତାଙ୍କର ବିବାହ ହୋଇଥିଲା । ଦୁଇମାସ ପୂର୍ବରୁ ସେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ଗତକାଲି ଦିନ ୧୧ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କ ପାଖକୁ ଫୋନ କରିଥିଲେ । ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିବାରୁ ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିଲେ ସରୋଜଙ୍କ ଭାଇ । ଏବେ ସରୋଜ ସହିଦ ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବାର ଲୋକ ।

Related Articles

Back to top button