କଂଗ୍ରେସ ଦଳରେ ଯୋଗ ଦେଲେ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି ମିଶ୍ର

ଭୁବନେଶ୍ୱର: କଂଗ୍ରେସରେ ଆଜି ସାମିଲ ହୋଇଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି ମିଶ୍ର । ରାଜଧାନୀସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦୁହେଁ ରାଜ୍ୟ ପ୍ରଭାରୀ ଏ. ଚେଲାକୁମାରଙ୍କ ଉପସ୍ଥିତିରେ ହାତ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଶରତ ପଟ୍ଟନାୟକ ଓ କେତେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବାର ପାଇଁ ଦଳର ନୂଆ ରଣନୀତି ଆପଣେଉଛି । ସଂଗୀତ ଜଗତର ଦୁଇ ମହାରଥୀଙ୍କୁ ଦଳରେ ସାମିଲ କରାଇ କଂଗ୍ରେସ ନିଜ ଭୋଟ୍ ବ୍ୟାଙ୍କ ବଢାଉଛି । କଂଗ୍ରେସରେ ଯୋଗ ଦେବା ପରେ ଗୁଡଲି ରଥ କହିଛନ୍ତିଯେ, ତାଙ୍କ ବାପା ଗଙ୍ଗାଧର ରଥ ଦଳର ପୁରୁଣା ସଦସ୍ୟ ଥିଲେ । ତାଙ୍କର ପଦାନୁସରଣ କରି ସେ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇଛନ୍ତି । ଓପିସିସି ଅଧ୍ୟକ୍ଷ ଶରତ ପଟ୍ଟନାୟକ ମଧ୍ୟ ତାଙ୍କୁ ଦଳକୁ ଆସିବାକୁ ନିବେଦନ କରିଥିଲେ ବୋଲି ସେ କହିଛନ୍ତି ।

Related Articles

Back to top button