ଚନ୍ଦ୍ରାଯାନ-୩ରେ ଓଡ଼ିଆ ପୁଅ ସୁଭାଶିଷ ।
ଚନ୍ଦ୍ରାଯାନ-୩ରେ ଓଡ଼ିଆ ପୁଅ ସୁଭାଶିଷ । ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇଛି । ଦ୍ବିତୀୟ ଲଞ୍ଚପ୍ୟାଡରୁ GSLV-3 ହେଭି ଲିଫ୍ଟ ଲଞ୍ଚ ଭେହିକିଲରେ ଚନ୍ଦ୍ରଯାନର ସଫଳ ଲଞ୍ଚିଂ ହୋଇଛି । ଏହି ମିଶନରେ ସାମିଲ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁର ୨୮ ବର୍ଷୀୟ ଯୁବକ ସୁଭାଶିଷ । ଚନ୍ଦ୍ରାୟନ-୩ର ସଫଳ ଉତ୍କ୍ଷେପଣ ଓ ଏହାର ନିର୍ମାଣ ଟିମ୍ରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ। ଚାନ୍ଦୋଳ ବଜାରରେ ତାଙ୍କର ପୂଜା ସାମଗ୍ରୀ ଦୋକାନ ରହିଛି। ମା ନିର୍ମଳା ନାୟକ ଜଣେ ଗୃହିଣୀ। ଶୁଭାଶିଷ ଅବିବାହିତ ଥିବା ବେଳେ ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି।
ଶୁଭାଶିଷ ଦୋହଳିସ୍ଥିତ ବିବି ମଡେଲ୍ ହାଇସ୍କୁଲରୁ ୨୦୦୯ରେ ମାଟ୍ରିକ ପାସ୍ କରିଥିଲେ। ଜଣେ ଟେକ୍ନିସିଆନ୍ ହେବା ଲକ୍ଷ୍ୟରେ ପ୍ରଥମେ ୩ ବର୍ଷ ଆଇଟିଆଇ ପଢିବା ପରେ ସିଟିଟିସିରେ ତିନି ବର୍ଷ ପଢିଥିଲେ। ପରେ ଇସ୍ରୋରେ ନିଯୁକ୍ତି ପାଇବାରେ ସଫଳ ହୋଇଥିଲେ। ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ୟ୍ୟରତ ଅଛନ୍ତି।