ଓଡ଼ିଶାରେ ୫ଟି ବଡ ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଟି ପ୍ରକଳ୍ପ ମଧ୍ୟରେ ୨ଟି ଷ୍ଟିଲ ସେକ୍ଟର, ଗୋଟିଏ ଗ୍ରୀନ ଏନର୍ଜି,ଗୋଟିଏ ପ୍ରୋଜେକ୍ଟ କେମିକାଲ ସେକ୍ଟର ଏବଂ ଗୋଟିଏ ଟେକ୍ସଟାଇଲ ସେକ୍ଟର ରହିଛି

ଭୁବନେଶ୍ୱର: ଓଡ଼ିଶା ହାଇଲେବୁଲ କ୍ଲିୟରାନ୍ସ ଅଥରିଟି (HLCA) ୫ଟି ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।  ମେକ୍ ଇନ ଓଡ଼ିଶା ସମ୍ମିଳନୀ ସମୟରେ ଆସିଥିବା ୩୫,୭୬୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ  ଏଚଏଲସିଏ ଶନିବାର ଅନୁମୋଦନ କରିଛନ୍ତି ।

ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏଚଏଲସିଏ ବୈଠକରେ ଏସବୁ ପ୍ରକଳ୍ପକୁ ଅନୁମୋଦନ ମଳିଛି ।  ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ପ୍ରାୟ  ୩୮, ୧୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ୨ଟି ଷ୍ଟିଲ ସେକ୍ଟର, ଗୋଟିଏ ଗ୍ରୀନ ଏନର୍ଜି,ଗୋଟିଏ ପ୍ରୋଜେକ୍ଟ କେମିକାଲ ସେକ୍ଟର ଏବଂ ଗୋଟିଏ ଟେକ୍ସଟାଇଲ ସେକ୍ଟର ରହିଛି । ଏହି ଶିଳ୍ପ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଏବଂ କେନ୍ଦୁଝରରେ ପ୍ରତିଷ୍ଠା ହେବା ପାଇଁ ସବୁଜ ସଙ୍କେତ ମିଳିଛି

ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ଓ୍ବାରି ଏନର୍ଜି ପକ୍ଷରୁ ପ୍ରସ୍ତାବିତ ସୋଲାର ଉପକରଣ ଉତ୍ପାଦନ କାରଖାନା ରହିଛି। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କାର ନିବେଶ କରାଯିବ  । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରେ ୧୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ଏହା ପୂର୍ବ ଭାରତର ବୃହତ୍ତମ ଉତ୍ପାଦନ କ୍ଷମତା ରଖିଥିବା କାରଖାନା ହେବ ।

Related Articles

Back to top button