ଓଡ଼ିଶା ବିଧାନସଭାକୁ କରାଯିବ ପେପରଲେସ୍‌ : ବାଚସ୍ପତି

ଖୁବଶୀଘ୍ର ବିଧାନସଭା ହେବ ପେପର ଲେସ୍ । ଓଡ଼ିଶା ବିଧାନସଭାକୁ ପେପରଲେସ୍‌ କରାଯିବ କହିଲେ ବାଚସ୍ପତି। ବିଧାନସଭାରେ ସମ୍ପୂର୍ଣ୍ଣ ପେପର ଲେସ୍ ପାଇଁ ଦାୟିତ୍ୱ ନେଇଛି ‘ନେଭା’। ଏଥିପାଇଁ ପୁରୁଣା ଓ ନୂଆ ସମସ୍ତ ବିଧାୟକଙ୍କୁ ନେଭା ପକ୍ଷରୁ ଟ୍ରେନିଂ ଦିଆଯିବ ବୋଲି ସୂଚନା ମିଳିଛି । ବିଧାନସଭାରେ ଡିଜିଟାଲ ପ୍ରକ୍ରିୟା କରାଯାଇ ପେପରଲେସ୍‌ କରିବାକୁ ନେଭା ପକ୍ଷରୁ ଦାୟିତ୍ବ ନିଆଯାଇଛି ।

ଏହି ପ୍ରକ୍ରିୟା ଦୁଇ ବର୍ଷ ଭିତରେ ଶେଷ ହେବା ନେଇ ଆଶା କରାଯାଉଛି ବୋଲି କହିଲେ ବାଚସ୍ପତି । ବିଧାନସଭାରେ ପେପର ଲେସ୍ ସଂପର୍କରେ ବାଚସ୍ପତି ସୁରମା ପାଢ଼ୀ ସମସ୍ତ ସୂଚନା ଦେଇଛନ୍ତି । ବିଧାନସଭାକୁ ସଂପୂର୍ଣ୍ଣ କାଗଜମୁକ୍ତ କରିବାକୁ ଯୋଜନା କରାଯାଇଛି । ଏହି ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।

Related Articles

Back to top button