ଚଳିତ ମାସ ୨୨ରୁ ପୁରୀରେ ଆରମ୍ଭ ହେବ ଓଡିଶା ବାସ୍କେଟବଲ ଲିଗ

ପୁରୀ: ପୁରୀ ରେ ଚଳିତ ମାସ ୨୨ ରୁ ୨୬ ତାରିଖ  ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଆରମ୍ଭ ହେବ । ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ଟିମ ଅଂଶଗ୍ରହଣ କରିବେ । ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଭାଗକୁ ଦିଆଯାଉଥିବା ଦାୟିତ୍ୱକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜ୍ୟୋତି ଶଙ୍କର ମହାପାତ୍ର, ମନୋଜ କୁମାର ବେହେରା, ସନ୍ତୋଷ କୁମାର ସେଠୀ,ଚନ୍ଦନ ସାହୁ, ଶୁକଦେବ ସାହୁ, ଓଡିଶା ବାସ୍କେଟବଲ ଆସୋସିଏସନର ସମ୍ପାଦକ ଅଶୋକ କୁମାର ସାହୁ, ଯୁଗ୍ମ ସମ୍ପାଦକ  ଅମିତ ଦାସମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Related Articles

Back to top button