
ଆସନ୍ତା ୧୦ ତାରିଖରୁ ମାଟ୍ରିକ ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ୧୦ତାରିଖରୁ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ତତ୍ପର ଶିକ୍ଷା ବିଭାଗ। ୨୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ଯେମିତ କୌଣସି ତ୍ରୁଟି ନ ହୁଏ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ଗତକାଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକକରେ ପ୍ରଶ୍ନପତ୍ରର ପଠାଇବା ସହ ପରୀକ୍ଷା ସମ୍ପର୍କିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।
ଚଳିତବର୍ଷ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ର ହେବାକୁ ଥିବା ବେଳେ ମୋଟ ୫ଲକ୍ଷ ୪୧ହଜାର ୨୪୭ଜଣ ପିଲା ପରୀକ୍ଷା ଦେବେ । ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି।
ପରୀକ୍ଷା ପ୍ରସ୍ତୁତି ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ସମୀକ୍ଷା ବୈଠକରେ ତ୍ରୁଟିଶୂନ୍ୟ ମାଟ୍ରିକ ପରୀକ୍ଷା ପରିଚାଳନା କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ଏସପି, ଜିଳ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।