କମିଲା ପଦ୍ମପୁର ଉପନିର୍ବଚାନ ମତଦାନ ସମୟ: ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ଯାଏ ଚାଲିବ
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଚାଲିଛି । ଡିସେମ୍ବର ୫ ତାରିଖରେ ହେବ ଭୋଟ୍ ଗ୍ରହଣ । ଉପନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସର୍ବଦଳୀୟ ବୈଠକ ଡାକିଥିଲେ । ପଦ୍ମପୁର ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ଶାନ୍ତି, ଶୃଙ୍ଖଳାର ସହ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି ।
ଏଥିସହ ରାଜ୍ୟରେ ଶୀତ ଆରମ୍ଭ ହୋଇଥିବାରୁ ମତଦାନ ସମୟ ସୀମାକୁ ହ୍ରାସ କରାଯାଇଛି । ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ଲାଗି ହେବାକୁ ଥିବା ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ଯାଏ ଚାଲିବ । ଶୀତ ଓ ମାଓ କାର୍ଯ୍ୟକଳାପକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି ।
ଉପନିର୍ବାଚନରେ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସତ୍ୟ ଭୂଷଣ ସାହୁଙ୍କୁ ଟିକେଟ୍ ଦେଇଛି । ସେହିଭଳି ବିଜେଡି ଦିବଙ୍ଗତ ବିଧାୟକ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଛି । ଡିସେମ୍ବର ୫ରେ ଭୋଟ୍ ଗ୍ରହଣ, ୮ ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ।