ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା, ଏବଂ ଉପକୃତ ହେବେ ୫୦ ଲକ୍ଷ ଚାଷୀ

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟ । ଏହି ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା, ଏବଂ ଉପକୃତ ହେବେ ୫୦ ଲକ୍ଷ ଚାଷୀ । ନାମମାତ୍ର, ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା ।ସିଏମ୍ କିଷାନ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ଚାଷୀଙ୍କୁ ୪ ହଜାର ଟଙ୍କା ମିଳିଥାଏ । ନୂଆଖାଇ ଏବଂ ଅକ୍ଷୟ ତୃତୀୟା ଅବସରରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଇଥାନ୍ତି ସରକାର । ଅର୍ଥାତ୍ ବର୍ଷକୁ ୨ ଟି କିସ୍ତିରେ ମିଳିବ ୨ ହଜାର ଟଙ୍କା ଲେଖାଏଁ ସହାୟତା ସେହିପରି ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା ।

Related Articles

Back to top button