ରାଜ୍ୟରେ ବନ୍ୟାରେ ଭାଙ୍ଗିଛି ୧୪ ହଜାର ୨୩୫ ଘର: ୧୨୮ କୋଟି ୫୮ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର

ଭୁବନେଶ୍ୱର : ପ୍ରବଳ ବର୍ଷା ପରେ ରାଜ୍ୟରେ ବନ୍ୟାର ବିଭୀଷିକା ସୃଷ୍ଟି ହୋଇଥିଲା । ଏଥିରେ ରାଜ୍ୟରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା।  ରାଜ୍ୟରେ ହୋଇଥିବା ବନ୍ୟାର କ୍ଷୟକ୍ଷତି ରିପୋର୍ଟ ଆସିଛି।

ବନ୍ୟାରେ ୧୪ ହଜାର ୨୩୫ ଘର ଭାଙ୍ଗିଛି। ଏଥିରେ ୧ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି ସେଥିରେ ଶତକଡ଼ା ୩୩ ଭାଗରୁ ଅଧିକ ଫସଲ ହାନୀ ହୋଇଛି  । ୫ ହଜାର ୩୬ ହେକ୍ଟର ଚାଷଜମି ବାଲିଚର, ୧୧୨୫ ଡଙ୍ଗା ଓ ଜାଲ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାପାଳମାନଙ୍କ କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୨୮ କୋଟି ୫୮ ଲକ୍ଷ ଟଙ୍କାର ମଞ୍ଜୁର କରାଯାଇଛି।

Related Articles

Back to top button