ଅତି ଗୁରୁତର ସ୍ଥିତି ଆଡକୁ ମୁହାଁଇଛି ଦିଲ୍ଲୀ ବାୟୁମଣ୍ଡଳ

ଅତି ଗୁରୁତର ସ୍ଥିତି ଆଡକୁ ମୁହାଁଇଛି ଦିଲ୍ଲୀ ବାୟୁମଣ୍ଡଳ । ଜାହାଙ୍ଗୀରପୁରାରେ ସ୍ଥିତି ହୋଇଛି ଉଦବେଗଜନକ । ସେଠାରେ ଏକ୍ୟୁଆଇ ରହିଛି ୫୬୬ । ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ୪୦୦ ପାର । ଦିଲ୍ଲୀ ,ନୋଏଡା ,ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୨୨୧ରୁ ୩୪୧ରେ ପହଞ୍ଚିଛି । ଦିଲ୍ଲୀ ପ୍ରଦୂଷଣ ରୋକିବାରେ ଶୁକ୍ରବାର ଠାରୁ ରେଡ ଲାଇଟ ଅନ ଗାଡି ଅଫ ଆଇନ ଲାଗୁକରାଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ । ସରକାରଙ୍କ ପକ୍ଷରୁ ୧୫ଟି ଆକ୍ସନ ପ୍ଲାନ ଜାରି କରାଯାଇଛି । ପ୍ରଦୂଷଣ ରୋକିବା ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ଜାରି କରାଯାଇଛି । ହଟସ୍ପଟ ପାଲଟିଥିବା ସ୍ଥାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି । ନିର୍ମାଣ କାର୍ଯ୍ୟ ସାମୟିକ ଭାବରେ ବନ୍ଦ ରଖାଯାଇଛି । ଏହାର ଯାଞ୍ଚ ପାଇଁ ୫୯୧ଜଣିଆ ଟିମ୍ ଗଠନ କରାଯାଇଛି । ୮୨ଟି ରାସ୍ତା ସଫେଇ ମେସିନ ଲଗାଯାଇଛି ।

ଯାନବାହନ ଯୋଗୁଁ ହେଉଥିବା ପ୍ରଦୂଷଣ ରୋକିବା ପାଇଁ ସମସ୍ତ ଗାଡିର ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଦୂଷଣ ଉପରେ ନଜର ରଖିବାପାଇଁ ୬୬ ଜଣିଆ ଟିମ୍ ଗଠନ କରାଯାଇଛି । ସବୁଠାରୁ ବଡ କଥା ହେଉଛି ଗ୍ରୀନବାର ରୁମ ତିଆରି କରାଯାଇଛି ଯାହାକି ୨୪ ଘଣ୍ଟା ମନିଟରିଙ୍ଗ କରିବ । ଏଥିପାଇଁ ୯ ଜଣିଆ ବିଶେଷଜ୍ଞ ଟିମ୍ ନିୟୋଜିତ ରହିଛନ୍ତି । ଚଳିତ ବର୍ଷ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି ।

Related Articles

Back to top button