ଦାବି ପୂରଣ ନହେଲେ ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବେ ସରକାରୀ ଡାକ୍ତର

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ସରକାରୀ ଡାକ୍ତର । ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବା ନେଇ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚେତାବନୀ ଦିଆଯାଇଛି । ସରକାର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଯୋଗ ଦେବେ ନାହିଁ ।

ଏହା ପୂର୍ବରୁ ଓଡ଼ିଶା ସରକାରଙ୍କ ସହ ଓମସା ଏକାଧିକ ଥର ଆଲୋଚନା କରିଥିବା ବେଳେ ସୁଫଳ ମିଳି ନଥିଲା । ଡାକ୍ତରମାନେ କେନ୍ଦ୍ରୀୟ ହାରରେ ବେତନ ଦାବି କରୁଛନ୍ତି । ଦାବି ପୂରଣ ନହେଲେ ଫେବ୍ରୁଆରୀ ୧ରୁ ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ କରିବେ ।

Related Articles

Back to top button