
ବିପର୍ଯ୍ୟୟ ମୁକାବିଲାରେ ସାରା ଦେଶକୁ ମାର୍ଗଦର୍ଶନ କରିଛି ଓଡିଶା
ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭ କରି ନକ୍ସଲ ମୁକାବିଲା ଦିଗରେ ଓଡିଶା ସରକାର ସବୁ କ୍ଷେତ୍ରରେ ସହାୟତା ଯୋଗାଇ ଦେଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ଦୁଇ ଦିନିଆ ଓଡିଶାଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକସେବା ଭବନରେ କାମାକ୍ଷାନଗର-ଡୁବୁରୀ ୪ ଲେନ୍ ଜାତୀୟ ରାଜପଥର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ଓଡିଶା ସରକାର ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକସେବା ଭବନରେ ପହଞ୍ଚି ଦୁଇ ପ୍ରକଳ୍ପର ଶୁମ୍ଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ। ଏହାସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ମୋଟେର –ବାନେର ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଶ୍ରୀ ଶାହା। ଲୋକାର୍ପଣ କରିବା ସହ ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଉଦବୋଧନ ଦେଇଛନ୍ତି।
ଶ୍ରୀ ଶାହା କହିଛନ୍ତି, ଓଡିଶା ସରକାର ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ସହଯୋଗ ଯୋଗାଇ ଦେଇଛନ୍ତି। ନକ୍ସଲ ମୁକାବିଲା ହେଉ କି ବିପର୍ଯ୍ୟୟ ପରିଚାଳନା ହେଉ ସବୁଥିରେ ଓଡିଶା ସଫଳତା ହାସଲ କରିଛି ଏବଂ ସେଥିଲାଗି ମଧ୍ୟ କେନ୍ଦ୍ର ସରକାରଙ୍କୁ ସହଯୋଗର ହାତ ବଢାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ରାଜମାର୍ଗ ଗୁଡିକର ଉନ୍ନତି ଓ ବିକାଶ ପାଇଁ ନେଇଥିବା ପଦକ୍ଷେପର ପ୍ରଶଂସା କରିଛନ୍ତି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ବିଭିନ୍ନ ସମୟରେ ଦିଆଯାଇଥିବା ସହାୟତାର ତାଲିକା ସମ୍ପର୍କରେ କହିଛନ୍ତି। ପ୍ରତ୍ୟେକ ସମୟରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଶ୍ରୀ ଶାହା କହିଛନ୍ତି।
ଗୁଜରାଟ ଲୋକେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି। ଆଜିର ଦିନରେ ପ୍ରଧାନମନ୍ତ୍ରୀ ୩୭୦ ଧାରା ଉଚ୍ଛେଦ କରିଥିଲେ। ଏହି ଅବସରରେ ସାରା ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ବିକାଶ,ଦେଶର ଭାଗ୍ୟ ରାଜମାର୍ଗ ସହ ଜଡିତ। ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ରାଜମାର୍ଗ ପାଇଁ ବହୁ କାର୍ଯ୍ୟ କରିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ମୋଦୀ ସରକାର ବହୁ କାର୍ଯ୍ୟ କରିଛନ୍ତି। ବିଗତ ୯ ବର୍ଷ ଭିତରେ ନକ୍ସଲବାଦକୁ ପୂରା ନିୟନ୍ତ୍ରଣ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ନକ୍ସଲ ଗତିବିଧି କମିଛି ଏଥିପାଇଁ ଶ୍ରୀ ଶାହା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମାଓବାଦୀଙ୍କ ସଂଖ୍ୟାରେ ୨୩% ହ୍ରାସ ପାଇଛି। ନକ୍ସଲ ମୁକାବିଲାରେ ଓଡିଶା ଆମକୁ ସର୍ବଦା ସମର୍ଥନ କରିଛି। ବିପର୍ଯ୍ୟୟ ମୁକାବିଲାରେ ଓଡିଶା ବହୁ ନୂଆ ପନ୍ଥା ଆପଣାଇଛି। ବିପର୍ଯ୍ୟୟ ମୁକାବିଲାରେ ସାରା ଦେଶକୁ ମାର୍ଗଦର୍ଶନ କରିଛି ଓଡିଶା। କେନ୍ଦ୍ର ଏବଂ ରାଜ୍ୟ ମିଶି କାମ କଲେ ବିପର୍ଯ୍ୟୟ ମଧ୍ୟ ପରାସ୍ତ ହେଉଛି। ଓଡିଶା ସରକାରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି। ମାଓ ମୁକାବିଲା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଂଶସା କରିଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ଓଡିଶା ରୋଲ ମଡେଲ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି।