ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ

ଭୁବନେଶ୍ବର: ପାକ ତ୍ୟାଗ ସମୟରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ, ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ନଖାଇବା ନିୟମକୁ ଅନ୍ଧବିଶ୍ବାସ କହିଲା ଓଡିଶା ହେତୁବାଦୀ ସମାଜ । ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ଏଥିପାଇଁ ଭୋର ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା । ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଥିବା ବେଳେ ଏହାକୁ ଅନ୍ଧବିଶ୍ବାସ ମାନୁଛନ୍ତି ହେତୁବାଦୀ । ଫଳରେ ପରାଗ ସମୟରେ ଚିକେନ ବିରିୟାନୀ ଖାଇଛନ୍ତି ହେତୁବାଦୀ ସମାଜ ।

ସାଧାରଣତଃ ପରାଗ ସମୟରେ ରୋଷେଇ କରିବା ଓ ରନ୍ଧା ଖାଦ୍ୟ ଖାଇବାକୁ ବାଣ କରାଯାଇଥାଏ । କିନ୍ତୁ ଏହି ନିୟମକୁ ଅବମାନନା କରିଛି ଓଡିଶା ହେତୁବାଦୀ ସମାଜ। ପରାଗରେ ଖାଦ୍ୟ ନିଷେଧ ଏକ କୁ ସଂସ୍କାର। ଯାହା ସମ୍ବିଧାନର ଉପରେ ନୁହେଁ ତେଣୁ ଏହାକୁ ନ ମାନି ଖାଦ୍ୟ ଖାଇବା ଦରକାର ବୋଲି କହିଛନ୍ତି ହେତୁବାଦୀ । ଏନେଇ ଭୁବନେଶ୍ବରର ଏକ ସ୍ଥାନରେ ବିରିୟାନୀ ଷ୍ଟଲ ଖୋଲିବା ସହ ଲୋକଙ୍କୁ ମଧ୍ୟ ଚିକେନ ବିରିୟାନୀ ଖାଇବାକୁ ଦେଇଛନ୍ତି ।

”ସେମାନଙ୍କ କହିବା କଥା ହେଉଛି ସୂର୍ଯ୍ୟ ପରାଗ ସମସୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ୱାସ । ଏହାକୁ ବଦଳାଇବା ଦରକାର । କାରଣ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ଚଳନ ମହାଜାଗତିକର ଏକ ପ୍ରକ୍ରିୟା । ଏହା ଦ୍ୱାରା କୌଣସି କୁ ପ୍ରଭାବ ସମାଜରେ ଉପରେ ପଡ଼େନି । ଆମେ ଭଗବାନଙ୍କୁ ମାନୁ ନାହୁଁ କି ଧର୍ମ ନାରେ ଲୋକଙ୍କ ତଣ୍ଟି ଚିପୁ ନାହୁଁ । କିନ୍ତୁ ସମୟ ଆସିଛି ପରିବର୍ତ୍ତନର । ସଚେତନ ହୁଅନ୍ତୁ ଆଉ ଧର୍ମ ବା ପରମ୍ପରା ନାରେ ହେଉଥିବା କୁ ସଂସ୍କାରକୁ ବଦଳାନ୍ତୁ, ଏହାକୁ ପରିବର୍ତ୍ତନ କରିବା ପାଇଁ ଚିକେନ ବିରିୟାନୀ ଲୋକଙ୍କୁ ଦିଆଯାଉଥିବା ପ୍ରତିକ୍ରିୟା ରଖିଛନ୍ତି ହେତୁବାଦୀ ସମାଜର ସଦସ୍ୟ ।”

Related Articles

Back to top button