ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି

କଟକ: ବହୁଚଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ରୋକ୍‌ ଲଗାଇବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ ବି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ମାମଲାର ଶୁଣାଣି ଆସନ୍ତା ଜୁଲାଇ ୨୭ ତାରିଖରେ ହେବ। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିସାରିଛି। ବିଦ୍ୟାଭରତୀ, ସଂଗ୍ରାମ କେଶରୀ ବେହେରା ଓ ପତ୍ନୀ ମନ୍ମଥ କୁମ୍ଭଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେମ କୋର୍ଟ।

Related Articles

Back to top button