ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ

କଟକ: ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ। ଆସ୍ପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ବିଷୟ ପାଠ୍ୟକ୍ରମ ଯୋଡ଼ାଯିବ। ଏନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ । ଆସନ୍ତା ବର୍ଷଠାରୁ ଉଭୟ ନବମ ଏବଂ ଦଶମରେ ଲାଗୁ ହେବ । ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି, ବେସିକ୍ ଆଇଟି ସ୍କିଲ୍ ରହିବ । ଏଥିପାଇଁ ୧୦୦ ମାର୍କ ରହିବ ।

Related Articles

Back to top button