ରାଜ୍ୟର ୫ ଜଣ ସାମ୍ବାଦିକଙ୍କୁ ମିଳିଲା ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ

ଆଜି ରାଜ୍ୟର ୫ ଜଣ ସାମ୍ବାଦିକଙ୍କୁ ପ୍ରଦାନ କରାଯାଇଛି ‘ଓଡ଼ିଶା ଜର୍ଣ୍ଣାଲିଜମ ଆୱାର୍ଡ-୨୦୨୨’ । ଛାପା, ବୈଦ୍ୟୁତିକ ଓ ୱେବ ମିଡ଼ିଆ କ୍ଷେତ୍ରରେ ଭାରତୀୟ ସାମ୍ବାଦିକତା ଜଗତକୁ ବିଶେଷ ଅବଦାନ ପାଇଁ ଏହି ସାମ୍ବାଦିକମାନଙ୍କୁ ପୁରସ୍କୃତ କରାଯାଇଛି । ଏନେଇ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

‘ସମ୍ବାଦ’ର ଡିଜିଏମ-ନ୍ୟୁଜ ଭବାନୀ ଶଙ୍କର ତ୍ରିପାଠୀ, ‘କଳିଙ୍ଗ ଟିଭି’ର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ‘ଓଟିଭି’ର ପଶ୍ଚିମ ଓଡ଼ିଶାର ମୁଖ୍ୟ ମନୋରଞ୍ଜନ ଯୋଶୀ, ‘ପ୍ରମେୟ’ର ମୁଖ୍ୟ ନ୍ୟୁଜ୍ କୋ-ଅର୍ଡିନେଟର ସୁଦୀପ କୁମାର ରାଉତ, ‘ଅର୍ଗସ’ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶୀଷଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ରହି ବିଜେତାଙ୍କୁ ସମ୍ମାନିତ କରିଥିଲେ ।

ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ଉପରେ କାର୍ଯ୍ୟ କରୁଥିବା ଦିଲ୍ଲୀ ସ୍ଥିତ ପଲ୍ଲିବାଣୀ ମିଶନ ପକ୍ଷରୁ ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ-୨୦୨୩ ପ୍ରଦାନ କରାଯାଇଛି । ତେବେ ମହିଳା ସାମ୍ବାଦିକକାଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଲ୍ଲୀବାଣୀ ପ୍ରତିଷ୍ଠାନ ତରଫରୁ ଆରମ୍ଭ ହୋଇଥିବା ପ୍ରତିଭା ପଟ୍ଟନାୟକ ଉକ୍ରର୍ଷ ସାମ୍ବାଦିକତା ପୁରସ୍କାର ବର୍ଗରେ ସାମ୍ବାଦିକା ସାରଦା ଲାହାଙ୍ଗୀରଙ୍କୁ ପୁରସ୍କୃତ କରାଯାଇଛି । ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରକୁ ଅବଦାନ ଦେଇ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଗତ ୫ ବର୍ଷ ହେଲା ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ଜର୍ଣ୍ଣାଲିଜମ ଆୱାର୍ଡ ପ୍ରଦାନ କରାଯାଇ ଆସୁଛି ।

Related Articles

Back to top button