
ବିଦେଶରେ ବଢୁଛି ଓଡ଼ିଶା ଆମ୍ବର ଚାହିଦା: ରପ୍ତାନି ପାଇଁ ହୋଇଛି ଚୁକ୍ତି ସ୍ବାକ୍ଷରିତ
ଲୋକସେବା ଭବନରେ ସ୍ବାକ୍ଷରିତ ହୋଇଛି ଏକ ଚୁକ୍ତି, ବିଦେଶ ଯିବ ଓଡ଼ିଶା ଆମ୍ବ।୧୫ବର୍ଷ ପାଇଁ ଏମଓୟୁ ହୋଇଛି ସ୍ବାକ୍ଷରିତ । ରାଜ୍ୟ ସରକାରଙ୍କ ସହିତ କୁଇନ ପାତ୍ର ଓ ପ୍ରଧାନ ଏନଜିଓ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ଢେଙ୍କାନାଳର ଆମ୍ବର ଚାହିଦା ବିଦେଶରେ ରହିଥିବାରୁ ତାକୁ ରପ୍ତାନି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଲୋକସେବା ଭବନରେ ଦୁଇ ଉପ ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ତଥା ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି। ଏହି ଚୁକ୍ତି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଉତ୍ପାଦକୁ ଗୁରୁତ୍ବ ଦିଆଯିବ।