ରାଜ୍ୟରେ ୧୨ ଜଣ ଅଫିସର ଦେଇ ନାହାନ୍ତି ସମ୍ପତ୍ତି ତାଲିକା

ଭୁବନେଶ୍ୱର: ରାଜ୍ୟରେ ଅନେକ ଆଇଏଏସ ସ୍ତରୀୟ ଅଧିକାରୀ  ସେମାନଙ୍କର ସମ୍ପତ୍ତି ତାଲିକା ଦେଇ ନାହାନ୍ତି । ରାଜ୍ୟରେ ୧୨ ଜଣ ଆଇଏଏସ, ଆଇପିଏସ, ଆଇଏଫଏସ  ଅଫିସର ସେମାନଙ୍କର ତାଲିକା ଦେଇ ନ ଥିବା ଜଣାଯାଇଛି । ବିଧାନସଭାରେ  ଏ ନେଇ ତଥ୍ୟ ପ୍ରକାଶ କରିଛନ୍ତି ମନ୍ତ୍ରୀ । ବିଜେପି ବିଧାୟିକା କୁସୁମ ଟେଟେ   କେତେଜଣ ଅଇଏଏସ, ଆଇପିଏସ, ଆାଇଏଫଏସ ସମ୍ପତି ତାଲିକା ଦେଇ ନାହାନ୍ତି ତାଙ୍କର ତାଲିକା ଓ ପଦବୀ ତଥ୍ୟ ମାଗିଥିଲେ  ।

ଏହର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ରାଜ୍ୟରେ କାର୍ଯ୍ୟରତ ଅଇଏଏସ, ଆଇଏଫଏସ, ଆଇପିଏସଙ୍କ ମଧ୍ୟରୁ  ୨୦୨୧ ପାଇଁ ୧୭୧ ଆଇଏସ, ୧୦୬ ଜଣ ଆଇପିଏସ ଏବଂ ୬୭ ଜଣ ଆଇଏଫଏସ  ଅଧିକାରୀ ସେମାନଙ୍କର ସମ୍ପତ୍ତି ତାଲିକା ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ  ଜଣେ ଆାଇଏଏଓ ଛୁଟିରେ ଥିବାବେଳେ ଆଇଏଏସ ବିକାଶ ଚନ୍ଦ୍ର ମହାପାତ୍ର, ଡାଇରେକ୍ଟର ଟେକ୍ସବୁକ ପ୍ରଡକ୍ସନ, ଆଇପିଏସ ଏନ.ବି ଭାରତୀ, ଆଇଜି ଅଫ ପୋଲିସ HRPC, ଆଇପିଏସ ଶ୍ରୀମତୀ ସାଇନି ଏସ. ଆଇଜି ଅଫ ପୋଲିସ, ଟ୍ରେନିଂ, BPSPA ସେମାନଙ୍କର ସମ୍ପତ୍ତି ତାଲିକା ଦେଇ ନାହାନ୍ତି ।

ସେହିପରି ଆଇପିଏସ ରାହୁଲ ଗୋଏଲ(ଅଣ୍ଡର ଟ୍ରେନିଂ),  ଆଇପିଏସ ଭିନୋଦପାଟିଲ ଏଚ. (ଅଣ୍ଡର ଟ୍ରେନିଂ), ଆଇଏଫଏସ ଭିକ୍ରମ ସିଂ (ନାଶନାଲ ପ୍ରୋକ୍ୟୁରମେଣ୍ଟ ଅଫିସର, UNOPS-II, ଆଇଏଫଏସ ପ୍ରଦୀପ ରାଜ କରାଟ, ସିଇଓ, କାମ୍ପା ଏବଂ CCF, ଆଇଏଫଏସ ରୋହିତ କୁମାର ଲେଙ୍କା, ଡାଇରେକ୍ଟର, ହର୍ଟିକଲଚର, ଆଇଏଫଏସ କାର୍ତ୍ତିକ ଭି, ଲେକ୍ଚର, ଆଇଏଫଏସ ବିବେକ କୁମାର, ଆଇଏଫଏସ ଅଙ୍କୁର କୁମାର ଜୈନ ପ୍ରମୁଖ ସେମାନଙ୍କର ସମ୍ପତ୍ତି ତାଲିକା ପ୍ରଦାନ କରି ନ ଥିବା ସୂଚନା ଦେଇଥିଲେ ।

Related Articles

Back to top button