ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ଓଡ଼ିଶା ୱାନ୍‍ ପୋର୍ଟାଲ୍‍

ଭୁବନେଶ୍ୱର: ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ବିଭିନ୍ନ ପ୍ରମାଣପତ୍ର ଛାତ୍ରଛାତ୍ରୀମାନେ ଏଣିକି ଗୋଟିଏ କ୍ଲିକରେ ପାଇପାରିବେ । ଏହି ପ୍ରମାଣପତ୍ର ସବୁ ଓଡ଼ିଶା ୱାନ୍‍ ପୋର୍ଟାଲ୍‍ରେ ଉପଲବ୍ଧ ହେବ ।

ଛାତ୍ରଛାତ୍ରୀମାନେ www.odishaone.gov.inରେ ଲଗ୍‍ଇନ୍‍ କରି ନିଜ ସାର୍ଟିଫିକେଟ୍‍ ଓ ମାର୍କସିଟ୍‍ ପାଇପାରିବେ ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦର୍ଶାଇଛି । ଏହି ପୋର୍ଟାଲ୍‍ର ବ୍ୟବହାର ସମ୍ପର୍କରେ ପିଲାଙ୍କୁ ଜଣାଇବା ଲାଗି ମଧ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button