
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ SIT ଗଠନ ଓ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଦାବି।
ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ହାଇକୋର୍ଟରେ PIL। SIT ଗଠନ ଓ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଦାବି। ମୁଖ୍ୟ ସଚିବ, ଡିଜିପି, କଂଗ୍ରେସ, ବିଜେଡି ଓ ୟୁଜିସିକୁ ପକ୍ଷଭୁକ୍ତ।୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ହେଲ୍ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ । ଯୋଗାଯୋଗ ପାଇଁ ହେଲ୍ପ ଲାଇନ ନଂ- ୦୬୭୪ ୨୫୪୩୫୪୧ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାରୁ ପରାମର୍ଶ ଦେଇଛି । ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ କମିଶନରେଟ୍ ପୋଲିସ ବୋଲି କହିଛି ।
କଂଗ୍ରେସ ସମେତ ଅନ୍ୟ ବାମପନ୍ଥୀ ଦଳର ଆଜି ଓଡିଶା ବନ୍ଦ ଡାକରା ପାଇଁ ହଇରାଣ ହେଉଛନ୍ତି ଲୋକେ । ବ୍ୟାଙ୍କ, ଦୋକାନ ବଜାର, ରାସ୍ତା ସବୁ ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଓଡ଼ିଶା ବନ୍ଦ ହୁଏତ କିଛି ରାଜନୈତିକ ଦଳ ପାଇଁ ଫାଇଦା ଦେଇପାରେ ହେଲେ ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ.. ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । କେତେ ହନ୍ତସନ୍ତ ହୁଅନ୍ତି ଲୋକେ, କେମିତି ଅଟକିଯାଏ ଜୀବନ.. କେତେ ସମସ୍ୟା ଭୋଗନ୍ତି ଲୋକେ ।