ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ପୁତ୍ର ଚୋରି ପରେ ଲୋକଙ୍କୁ ସତର୍କ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରୁ ଛୁଆ ଚୋରି । ଗୁରୁବାର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୭ ମାସର ଶିଶୁପୁତ୍ର ଚୋରି ପରେ ପୋଲିସ ସତର୍କ କରାଇଛି । ଶିଶୁ ଚୋରି କରିବା ଏକ ଅମାନବୀୟ ଘଟଣା ବୋଲି କହିଛି ପୋଲିସ । ଏଥିସହ ଶିଶୁ ଚୋରି କରିବା ଭଳି ହୀନ ମାନସିକତା ଠାରୁ ଦୂରେଇ ରହିବାକୁ ପୋଲିସ ଚେତାବନୀ ଦେଇଛି ।

ଗୁରୁବାର ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରୁ ଏକ ୭ ମାସର ଛୁଆ ଚୋରି ହୋଇଥିଲା । ଛୁଆ ଚୋରିର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଛୁଆ ଚୋରିର ପ୍ରାୟ ୪ ଘଣ୍ଟା ପରେ ଦୁଇ ଜଣ ମହିଳା ଛୁଆଟିକୁ ଆଣି ମେଡିକାଲରେ ହସ୍ତାନ୍ତର କରିଥିଲେ । ସିସିଟିଭିରେ ରେକର୍ଡ ଦୃଶ୍ୟ ଅନୁଯାୟୀ ଜଣେ ପ୍ୟାଣ୍ଟସାର୍ଟ ପିନ୍ଧା ପୁରୁଷ ଛୁଆଟିକୁ ନେଇ ଯାଉଥିଲେ ।

ତେବେ ମହିଳା ୨ ଜଣ ଛୁଆକୁ କେଉଁଠୁ ପାଇଲେ । ସେହି ବ୍ୟକ୍ତି ଜଣଙ୍କ ଠାରୁ ଛୁଆକୁ ପାଇଥିଲେ କି ମହିଳା? ନା ଆଉ କାହାଠାରୁ ପାଇଲେ । ଏନେଇ ପୋଲିସ ୨ ମହିଳାଙ୍କୁ ପଚରାଉଚରା କରୁଛି । ତେବେ ମେଡିକାଲରୁ ପିଲା ଚୋରି ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Related Articles

Back to top button