ଓସ୍‌‌ଡିଏମଏକୁ ମିଳିଲା ‘ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩’

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସର୍ବୋତ୍କୃଷ୍ଟ ପାରଦର୍ଶିତା ପଦର୍ଶନ କରିଛି। ସେଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌‌ଡିଏମଏ)କୁ ଶୁକ୍ରବାର ‘ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩’ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରିବା ନେଇ ବ୍ୟବସ୍ଥା ରହିଛି। ଏହି ପୁରସ୍କାର ସହ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ଏବଂ ସାର୍ଟିଫିକେଟ୍‌‌ ପ୍ରଦାନ କରାଯିବ। ପୁରସ୍କାର ଗ୍ରହଣ ପାଇଁ ତତ୍‌‌କାଳୀନ ଓସ୍‌‌ଡିଏମଏର ମୁଖ୍ୟ ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦିଲ୍ଲୀ ଗସ୍ତ କରିଛନ୍ତି।

ନ୍ୟାସନାଲ୍‌‌ ପ୍ଲାଟ୍‌‌ଫର୍ମ ଫର ଡିଜାଷ୍ଟର ରିସ୍କ ରିଡକ୍ସନ ପ୍ରୋଗ୍ରାମର ତୃତୀୟ ଅଧିବେଶନରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ନେତାଜୀ ଜୟନ୍ତୀରେ ଏହି ପୁରସ୍କାର ଘୋଷଣା କରାଯାଇ ଆସୁଛି। ୨୦୨୩ ପାଇଁ ୨୭୪ ବ୍ୟକ୍ତି/ସଂଗଠନ ଆବେଦନ କରିଥିଲେ। କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ଓସ୍‌‌ଡିଏମଏ ଓ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ରକୁ ଏହି ପୁରସ୍କାର ପ୍ରଦାନ କରାଯିବ ।

Related Articles

Back to top button