
ଜାଡରେ ଥରିବ ଓଡ଼ିଶା: ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତି ତାପମାତ୍ରା
ଆଗକୁ ବଢିପାରେ ଶୀତ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଖସିପାରେ । ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ, ମେଘୁଆ ଆକାଶ ଯୋଗୁ ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ ରହିବ । ଏହାସହ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ।ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଓ କେନ୍ଦୁଝର ସହରର ଦିନର ତାପମାତ୍ରା ୧୯ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଦୁଇ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସମ୍ଭାବନା ରହିଛି ।