ଓଡିଶା ଭିଜିଲାନ୍ସ ପକ୍ଷରୁ ଅପରାଧିକ ରିପୋର୍ଟ ୨୦୨୨ : ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ

ଭୁବନେଶ୍ୱର : ଓଡିଶା ଭିଜିଲାନ୍ସ ପକ୍ଷରୁ ୨୦୨୨ ମସିହାର ଅପରାଧିକ ମାମଲାର ସମୀକ୍ଷା ସହିତ ରିପୋର୍ଟ  ସାର୍ବଜନୀନ କରାଯାଇଛି । ଏହା ଅନୁସାରେ ଭିଜିଲାନ୍ସ ବିଭାଗରେ ଚଳିତ ବର୍ଷ ମୋଟ ୨୮୫ ଅପରାଧିକ ମାମଲା ରୁଜୁ ହୋଇଛି । ୨୦୦ ସରକାରୀ ଅଧିକାରୀ ଓ ଅନ୍ୟମାନେ ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଛି । ଏହି ମାମଲା ଗୁଡିକରୁ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି ।

ସେହିପରି ୧୧୮ଟି ଟ୍ରାପ ମାମଲା ରୁଜୁ ହୋଇଛି ।  ଲାଞ୍ଚ ନେବା ବେଳେ ୧୨୯ ଜଣ ଅଭିଯୁକ୍ତଙ୍କୁ ଧରିଛି ଭିଜିଲାନ୍ସ ।  ୧୨୬ ସରକାରୀ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ । ସେମାନଙ୍କ ଠାରୁ ୩୬ ଲକ୍ଷ ୯୪ ହଜାର ଲାଞ୍ଚ ଟଙ୍କା ଜବତ ହୋଇଛି । ଚଳିତବର୍ଷ ଓଡିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ୪ ଥର ନଗଦ ଟଙ୍କା ଜବତ ହୋଇଛି । ୨୦୨୨ରେ ଜଣେ ବ୍ୟକ୍ତିଙ୍କ ଠାରୁ ସର୍ବାଧିକ ୧୦ ଲକ୍ଷ ଲାଞ୍ଚ ଟଙ୍କା ଜବତ ହୋଇଛି । ଯାହା ଓଡିଶା ଭିଜିଲାନ୍ସରେ ପ୍ରଥମ ଘଟଣା ବୋଲି କୁହାଯାଇଛି । ୨୦୨୨ରେ ୬୦ ଜଣ କ୍ଲାସ-ୱାନ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଗତ ୫ବର୍ଷରେ ଏହା ସର୍ବୋଚ୍ଚ ।

Related Articles

Back to top button