ଓଡ଼ିଶାର ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ରହିଛି ସୁନା ଖଣି: ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଓଡ଼ିଶାର ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି । ଆଜି ବିଧାନସଭାରେ ବିଭୂତି ଭୂଷଣ ଜେନାଙ୍କ ଜାରି କରାଯାଇଥିବା ସୂଚନା ଅନୁସାରେ, ଓଡ଼ିଶାର ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ରହିଛି ସୁନା ଖଣି ।ଆଜି ବିଧାନସଭାରେ ବିଧାୟକ ଅଶ୍ୱନୀ କୁମାର ପାତ୍ର ଓ ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ ରାଜ୍ୟରେ କେଉଁ ସ୍ଥାନରେ ସୁନା ଖଣି ରହିଛି ଏବଂ ଖଣ ସନ୍ଧାନକାରୀ ଦଶ ଖଣି ଉପରେ କେଇଁ ରିପୋର୍ଟ ଦେଉଛନ୍ତି । ଯାହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୨ଟି ସୁନା କ୍ଷଣି ରହିଛି ଏବଂ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ୱାରା ଜି-2 ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି ।ତେବେ ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ଆସିବା ପରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଓ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି । ସେହିପରି ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ଏନେଇ ବିଧାନସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

Related Articles

Back to top button