ଓଡ଼ିଶାର ମୁଦ୍ରାସ୍ଫୀତି ଜାତୀୟ ହାରଠୁ ଅଧିକ, ଜୁନ୍‌ରେ ୭.୭୧%

ଭୁବନେଶ୍ବର: ରାଜ୍ୟର ଦରଦାମ୍ ସ୍ଥିତି ଜାତୀୟ ହାରଠାରୁ ଅଧିକ ଖରାପ ରହିଛି। ଜୁନ୍‌ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୭୧ ପ୍ରତିଶତ ରହିଛି ଯାହା ଜାତୀୟ ହାର ୭.୦୧%ଠାରୁ ଅଧିକ। ଓଡ଼ିଶାର ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୭.୯୩ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳ ମୁଦ୍ରାସ୍ଫୀତି ହାର ୭.୨୩ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

ମୁଦ୍ରାସ୍ଫୀତି ହେଉଛି ବିଭିନ୍ନ ସାମଗ୍ରୀ ଓ ସେବା ମୂଲ୍ୟରେ ଗୋଟିଏ ନିର୍ଦିଷ୍ଟ ମାସରେ ହେଉଥିବା ବୃଦ୍ଧି କିମ୍ବା ହ୍ରାସର ସୂଚକାଙ୍କ। ଯେଉଁ ଅଞ୍ଚଳର ମୁଦ୍ରାସ୍ଫୀତି ଯେତେ ଅଧିକ ସେଠାରେ ବିଭିନ୍ନ ସାମଗ୍ରୀ ଓ ସେବାର ଦାମ୍ ସେତେ ଅଧିକ ରହିଥାଏ। ଉଚ୍ଚ ମୁଦ୍ରାସ୍ଫୀତି ଅର୍ଥନୀତି ପାଇଁ ବିପଦ ଭାବେ ବିଚାର କରାଯାଏ।

Related Articles

Back to top button