ବୁଧବାର ଶପଥ ନେବେ ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ : ଅଧା ଦିନ ଛୁଟି ରହିବ ସରକାରୀ କାର୍ଯ୍ୟାଳୟ

ବୁଧବାର ଅଧା ଦିନ ଛୁଟି ରହିବ ସରକାରୀ କାର୍ଯ୍ୟାଳୟ । ବୁଧବାର ଶପଥ ନେବେ ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ସଜେଇ ହୋଇଛି ଜନତା ମୈଦାନ । ଏଥିସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ଭାବରେ କରାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ବୁଧବାର ଭୁବନେଶ୍ଵରର ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ ବୋଲି ସୂଚନା ମିଳିଛି ।

ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ ବିଜେପି ଦଳପକ୍ଷରୁ ହେବାକୁ ଥିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଟ୍ରାଫିକ କଟକଣାଠାରୁ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକୁ କଡାକଡି କରାଯାଇଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟ ପାଇଁ ଭୁବନେଶ୍ଵରର ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ। ଅପରାହ୍ନ ୧ଟାରୁ ଏହି ଛୁଟି ଲାଗୁ ହେବ। ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।

Related Articles

Back to top button