ନୂଆ ପଦ୍ଧତିରେ କାର୍ଯ୍ୟ କରୁଛନ୍ତି ସରକାର ତେଣୁ ଅଧିକାରୀମାନେ ନିଜର ମାନସିକତାରେ ପରିବର୍ତ୍ତନ କରନ୍ତୁ

ଏଣିକି ଆଉ ଚିରାଚରିତ ପଦ୍ଧତିରେ କାର୍ଯ୍ୟ ହେବ ନାହିଁ, ନୂଆ ପଦ୍ଧତିରେ କାର୍ଯ୍ୟ କରୁଛନ୍ତି ସରକାର ତେଣୁ ଅଧିକାରୀମାନେ ନିଜର ମାନସିକତାରେ ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସେବା ଭବନରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ପୂଜାରୀ କହିଛନ୍ତି, ଆମ ସରକାର ଶାସନକୁ ଆସିବା ପରେ, ରାଜସ୍ବ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି। ରାଜସ୍ବ ସେବା ଏବେ ଲୋକମାନଙ୍କର ନିକଟତର ହୋଇଛି।ସେ କହିଛନ୍ତି, ବର୍ତ୍ତମାନ ଲୋକଙ୍କ ସରକାରରେ ଜନସାଧାରଣ ହେଉଛନ୍ତି ଶ୍ରେଷ୍ଠ ବିଚାରକ। ଆମକୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପଡିବ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଅଧିକାରୀମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମୟ ଅନୁଯାୟୀ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଅଧିକାରୀମାନଙ୍କୁ ଯତ୍ନବାନ ହେବାକୁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତିI

Related Articles

Back to top button