
୨ ୦ ଫୁଟ ତଳ ବୋରୱେଲ ଭିତରକୁ ଖସିପଡିଥିବା ବୃଦ୍ଧାଙ୍କର ମୃତ୍ୟୁ
ସୁବର୍ଣ୍ଣପୁର ଜିଲ୍ଲାସଦର ବ୍ଲକ କଇଁଫୁଲ ଗାଁର ୨ ୦ ଫୁଟ ତଳ ବୋରୱେଲ ଭିତରକୁ ଖସିପଡିଥିବା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୩ଘଣ୍ଟାର କଠିନ ପରିଶ୍ରମ ପରେ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ। ଗଭୀର ବୋରୱେଲରୁ ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଵୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ଅସାବଧାନତା କାରଣରୁ ବୃଦ୍ଧା ଜଣଙ୍କ ବୋରୱେଲରେ ଭିତରକୁ ଖସିପଡିଥିଲେ। ଏହାପରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା କିନ୍ତୁ ଦୁଖଃଦ କଥା ଉଦ୍ଧାର ପରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ , ଗତକାଲି ଗଭୀର ବୋରୱେଲରେ ଭିତରକୁ ଖସି ପଡ଼ିଥିଲେ ବୃଦ୍ଧା। ସୁବର୍ଣ୍ଣପୁର ଜିଲ୍ଲାସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା। ବୃଦ୍ଧ ମହିଳା ଜଣଙ୍କ ୨ ୦ ଫୁଟ ତଳକୁ ଖସିପଡିଥିଲେ। ଅସାବଧାନତା କାରଣରୁ ବୃଦ୍ଧା ଜଣଙ୍କ ବୋରୱେଲରେ ଭିତରକୁ ଖସିପଡିଥିଲେ। ଏହାପରେ ଆଜି ବୃଦ୍ଧା ଜଣକ ବୋରୱେଲ ଭିତରକୁ ଖସିପଡିଥିବା ନେଇ ଜାଣିବାକୁ ପାଇଥିଲେ ପରିବାରବର୍ଗ। ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ଅଗ୍ନୀଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲା। କଠିନ ପରିଶ୍ରମ ଏବଂ ଦୀର୍ଘ ସମୟର କସରତ ପରେ ଅଗ୍ନିଶମ ବିଭାଗ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ଅତି ସଂକଟାପନ୍ନ ଅବସ୍ଥାରେ ବୃଦ୍ଧାଙ୍କୁ ସୋନପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ହେଲେ ସୋନପୁର ମେଡିକାଲରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି।