
ଏତଲା ରଖିଲାନି ପୋଲିସ, ଲୋକସେବା ଭବନ ଆଗରେ ଫିନାଇଲ୍ ପିଇଲେ ବୃଦ୍ଧ
ଭୁବନେଶ୍ୱର: ବୁଧବାର ଅପରାହ୍ଣରେ ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଲୋକସେବା ଭବନ ଆଗରେ ଜଣେ ବୃଦ୍ଧ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଲୋକସେବା ଭବନ ଆଗରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବୃଦ୍ଧ ଜଣଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ୍ ନେଇଛି । ଫିନାଇଲ୍ ପିଇଥିବା ବ୍ୟକ୍ତିଙ୍କ ନାଁ ରବୀନ୍ଦ୍ର ଦାସ, ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ।
ସୂଚନା ଅନୁସାରେ, କଳିଙ୍ଗ ନଗରରେ ରବୀନ୍ଦ୍ରଙ୍କ ଏକ ଦୋକାନ ଥିଲା । ତାଙ୍କ ପାଖରେ କାମ କରୁଥିବା ଜଣେ ପିଲା ଦୋକାନକୁ କବଜା କରି ନେଇଛି । ଏନେଇ ରବୀନ୍ଦ୍ର ଅଭିଯୋଗ କରୁଥିଲେ ମଧ୍ୟ ତମାଣ୍ଡୋ ଥାନା ପୋଲିସ ଏତଲା ରଖୁ ନଥିବା ଅଭିଯୋଗ କରି ସେ ଫିନାଇଲ୍ ପିଇଛନ୍ତି ।