ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶନୀ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା  । ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା । ପୂର୍ବରୁ ବର୍ଷାଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିବା ବେଳେ ଆଜି କୋର୍ଟରେ ପହଞ୍ଚିଛନ୍ତି ବର୍ଷା ପ୍ରିୟଦର୍ଶନୀ ।

ଷ୍ଟାର ଦମ୍ପତିଙ୍କ ବୈବାହିକ ସମ୍ପର୍କରେ ଦେଖାଦେଇଥିଲା ତିକ୍ତତା । ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ପାରିବାରିକ ଅଦାଲତରେ ବର୍ଷାଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କୌଣସି କାରଣବଶତଃ ବର୍ଷା କୋର୍ଟରେ ହାଜର ହୋଇ ନ ଥିଲେ  । ହେଲେ ଅନୁଭବ କୋର୍ଟରେ ପହଞ୍ଚିଥିବା ବେଳେ ବର୍ଷା ପହଞ୍ଚି ନ ଥିଲେ  । ତେବେ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇନଥିଲା । ବର୍ଷା ତାଙ୍କ ପକ୍ଷ ରଖିବାକୁ କୋର୍ଟକୁ ସମୟ ମାଗିଥିଲେ  । ତେଣୁ ଆଜି ବର୍ଷା କୋର୍ଟରେ ହାଜର ହୋଇଛନ୍ତି । ଆଉ ତାଙ୍କ ସାକ୍ଷ୍ୟ ଗ୍ରହଣ ହେବ  ।

Related Articles

Back to top button