ସେପ୍ଟେମ୍ବରରେ ବର୍ଷା-ଅନୁଭବ ଡିଭୋର୍ସ

ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ସେପ୍ଟେମ୍ବର ସୁଦ୍ଧା ଡିଭୋର୍ସ ହେବାର ସମ୍ଭାବନା । ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶ ପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି ।

ଓଲିଉଡ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ତଥା ବିବାହ ବିଚ୍ଛେଦକୁ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ  । ମାମଲାକୁ ବେଶୀ ନବଢ଼ାଇ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିପାଇଁ ଡେଡ୍‌ଲାଇନ ମଧ୍ୟ ଦେଇଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ଉଭୟ ପକ୍ଷଙ୍କ ବିଚାର ଶେଷ କରିବା ପାଇଁ କଟକ ପରିବାର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ଜୁଲାଇ ମାସ ସୁଦ୍ଧା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଜେରା ଶେଷ କରିବାକୁ ବି କୋର୍ଟ କହିଛନ୍ତି । କାରଣ ପରିବାର କୋର୍ଟରେ ଶୁଣାଣି ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅନୁଭବ ମହାନ୍ତି । ତେବେ ଏହା ଉପରେ ଶୁଣାଣି କରି କଟକ ପରିବାର କୋର୍ଟଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ନିର୍ଦ୍ଦେଶ ପରେ ସେଲିବ୍ରିଟି ଦମ୍ପତିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଓ ବିବାହ ବିଚ୍ଛେଦ ମାମଲାର ଅନ୍ତ ଘଟିବା ନେଇ ଅନୁମାନ କରାଯାଉଛି ।

Related Articles

Back to top button