ଓଡ଼ିଶାରେ ଓମିକ୍ରନର ନୂଆ ସବ୍-ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାର ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଚିହ୍ନଟ। ଦେଶରେ ପ୍ରଥମ ଥର ପାଇଁ ଏହି ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାରେ ଚିହ୍ନଟ ହୋଇଥିବା ଓମିକ୍ରନର ସବ୍ ଭାରିଏଣ୍ଟର ନାଁ ହେଉଛି BM.4.1.1 । ସେପଟେ ଦେଶରେ ଅନ୍ୟ ୫ଟି ରାଜ୍ୟରେ ଓମିକ୍ରନର ଅନ୍ୟ ଏକ ସବ୍ ଭାରିଏଣ୍ଟ BM.1.1 ଚିହ୍ନଟ ହୋଇଛି।

ଓଡ଼ିଶାରେ ଓମିକ୍ରନ୍ ର ଏହି ନୂଆ ସବ୍ ଭାରିଏଣ୍ଟରେ ଗତ ମାସକ ମଧ୍ୟରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୨ଟି ଲ୍ୟାବ୍ ରେ ଚିହ୍ନଟ ୧୪୯ଟି ସାମ୍ପଲ ମଧ୍ୟରୁ ୧୮ ଜଣଙ୍କ ଠାରେ ଏହି ନୂଆ ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ତେବେ ଏହି ନୂଆ ସବ୍ ଭାରିଏଣ୍ଟ କେତେ ସଂକ୍ରାମକ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କରୋନା ଭୂତାଣୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ନେଇ ଗଠିତ -INSACOG ଏ ସଂପର୍କରେ ସୂଚନା ଦେଇଛି।

Related Articles

Back to top button