୪,୦୪୫ ଦୀପରେ ବାଲୁକା ମୂର୍ତ୍ତୀ ତିଆରି କରି ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଦୀପାବଳି ଅବସରରେ ଅନ୍ତର୍ଜାତୀୟ ବାଲୁକ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର କୃତି। ୪,୦୪୫ ଦୀପରେ ତିଆରି କଲେ ମାଆ କାଳୀଙ୍କ ମୂର୍ତ୍ତୀ। ଟ୍ୱିଟ୍‌ କରି ଏହି ବାଲୁକାକଳା ସମ୍ପର୍କରେ ସୂଚନା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ।

ପୁରୀ ସମୁଦ୍ର କୂଳରେ ମାଆ କାଳୀଙ୍କ ବାଲୁକାକଳା କରିଛନ୍ତି ସୁଦର୍ଶନ। ଏହି ବାଲୁକା କଳା ସହ ଆସ ଆଜି ସବୁ ନକାରାତ୍ମକ ଚିନ୍ତାଧାରାକୁ ଜାଳି ଦେବା ବୋଲି ମେସେଜ୍‌ ଦେଇଛନ୍ତି ସୁଦର୍ଶନ।

ଏହି ବାଲୁକାକଳାର ଉଚ୍ଚତା ୫ ଫିଟ୍‌ ହୋଇଥିବା ବେଳେ ୬ ଟନ୍ ବାଲିରେ ଏହାକୁ ତିଆରି କରାଯାଇଛି। ଏଥିରେ ୪,୦୪୫ ଦୀପ ଖଞ୍ଜାଯାଇଥିବା ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବାଲିରେ ମାଆ କାଳୀଙ୍କ ମୂର୍ତ୍ତି ତିଆରି କରିବାକୁ ସୁଦର୍ଶନ ଓ ତାଙ୍କ ଛାତ୍ରଛାତ୍ରୀଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା ବୋଲି ସୁଦର୍ଶନ ସୂଚନା ଦେଇଛନ୍ତି।

ବାଲୁକା କଳା ସମ୍ପର୍କରେ ପ୍ରତିକ୍ରିୟା ଦେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ସେ ସବୁ ନକାରାତ୍ମକ ଶକ୍ତି ଦହନ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ତା ସହିତ ପରିବେଶକୁ ସ୍ୱଚ୍ଛ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସୁଦର୍ଶନ।

Related Articles

Back to top button