୨୮ ତାରିଖରେ ଓଡି଼ଶା ଆସୁଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ

ଚଳିତ ମାସ ୨୮ ତାରିଖରେ ଓଡି଼ଶା ଆସୁଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଏହି ଅବସରରେ ଓଡି଼ଶା କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଓଡିଶା କିପରି ଡିଜିଟାଲ୍ ଭିର୍ତ୍ତିଭୂମି ଓ ଜ୍ଞାନ କୌଶଳ ବ୍ୟବହାର କରି କୃଷକ ମାନଙ୍କର ବିକାଶ କରୁଛି ସେ ସମ୍ପର୍କରେ ବିଲ୍ ଗେଟ୍ସ ଜାଣିବାକୁ ଚାହିଁବେ ବୋଲି ସୂଚନା ମିଳିଛି।

ତେବେ ଓଡିଶା ଗସ୍ତ କରିବା ପୂର୍ବରୁ ରାଜ୍ୟରେ ଚାଷୀଙ୍କୁ ଦିଆଯାଉଥିବା ସହାୟତାକୁ ପ୍ରଶଂସା କରିଛନ୍ତି ଗେଟ୍ସ। ଏ ବାବଦରେ ସେ କହିଛନ୍ତି ଯେ, ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟକଚର ବ୍ୟବହାର ଓଡି଼ଶା କୃଷକଙ୍କୁ ସଶକ୍ତିକରଣ କରିବାକୁ ଆନୁସାଙ୍ଗିକ ସହାୟତା ମିଳୁଛି। ସୂଚନା ଯୋଗ୍ୟ ଯେ, ୨୦୧୭ ମସିହା ଏପ୍ରିଲ୍‍ ମାସରେ ଏହି କାର୍ଯ୍ୟକ୍ରମ ଲାଗି ଗେଟ୍ସ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ସ୍ଵାକ୍ଷର ହୋଇଥିବା ବେଳେ କ୍ଷୁଦ୍ର ଚାଷୀଙ୍କ ଜୀବନ ଶୈଳୀ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ।

Related Articles

Back to top button