ଆସନ୍ତା କାଲି ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ: ସକାଳ ୮ରୁ ଦିନ ୧ଟା ପର୍ଯ୍ୟଟକଙ୍କୁ ମନା

ଭୁବନେଶ୍ୱର: ଶାନ୍ତିସ୍ତୂପ ଧଉଳିର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୮ତାରିଖରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ। ଏହି ଅବସରରେ ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ, ସାଧୁ ସନ୍ଥ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ଶାନ୍ତିସ୍ତୂପର ମୁଖ୍ୟ ଦର୍ଶନ ପୀଠ ସମ୍ମୁଖ ମଣ୍ଡପଠାରେ ଆୟୋଜିତ ପୂଜା ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିର ରଖି ସେହିଦିନ ସକାଳ ୮ରୁ ଦିନ ୧ଟା ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୂପ ପର୍ଯ୍ୟଟକ ତଥା ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୋଲିସ୍‌ ପ୍ରଶାସନ ତରଫରୁ ଆବଶ୍ୟକ ଟ୍ରାଫିକ୍‌ କଟକଣା ଜାରି ରହିବ।

Related Articles

Back to top button