ଚଳିତ ମାସ ୨୮ ତାରିଖରେ ପ୍ରଥମ ଥର ପାଇଁ ହୀରାକୁଦରୁ ଛଡାଯିବ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳସ୍ତର ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ନଦୀବନ୍ଧରୁ ଚଳିତ ମାସ ୨୮ ତାରିଖରେ ସକାଳ ୯ ଟା ସମୟରେ ଚଳିତ ବର୍ଷ ପାଇଁ ପ୍ରଥମ ଥର ପାଇଁ ବନ୍ୟାଜଳ ଛଡାଯିବ। ଏନେଇ ବୁର୍ଲାସ୍ଥିତ ନିୟନ୍ତ୍ରଣ କକ୍ଷ ଠାରେ ହୀରାକୁଦ ବନ୍ଧ କତ୍ତୃପକ୍ଷ ସୁଶୀଳ ବେହେରା ଏହି ସୂଚନା ଦେଇଛନ୍ତି ।

ଶ୍ରୀ ବେହେରା କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯିବା ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ଜଳର ପରିମାଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏହି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ନଦୀରେ ପ୍ରବେଶ ନକରିବାକୁ ପ୍ରଶାସନ ସତର୍କ କରିଛି । ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨ ଲକ୍ଷ ରୁ ଉର୍ଦ୍ଧ୍ୱ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ତେବେ ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୦୫ଫୁଟ ଉପରେ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button