ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବଢୁଛି ଭିଡ

ପୂର୍ଣ୍ଣିମା ତିଥି ଅନୁଯାୟୀ ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ଚାଲିଛି ଜଳାଭିଷେକ ଓ ପୂଜାର୍ଚ୍ଚନା । ଆଜି ପୂର୍ଣ୍ଣିମା ତିଥି ଆରମ୍ଭ ହୋଇଥିବାରୁ ବିଭିନ୍ନ ନଦୀରେ କାଉଡିଆ ଭକ୍ତମାନେ ଜଳଭାର ଉଠାଇ ଶିବାଳୟକୁ ଆସିବେ ।

ଏଥିପାଇଁ ଆରଡିପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି । ବିଶେଷକରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଘାଟରେ ଅଗ୍ନିଶମ ବାହିନୀ ମୁତୟନ ହୋଇଥିବା ବେଳେ, ନଦୀର ଉଭୟ ପାର୍ଶ୍ବକୁ ପୋଲିସ ଜଗି ରହିଛି ।

Related Articles

Back to top button