ତୃତୀୟ ଦିନରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି

ବୁଧବାର ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ । ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ରାଜ୍ୟପାଳ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗକୁ ନେଇ ୩ ଦିନ ହେବ ଗୃହ ସ୍ୱଭାବିକ ଭାବେ ଚାଲି ପାରୁ ନାହିଁ । ବୁଧବାର ୩ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହରେ କୌଣସି କାର୍ଯ୍ୟ ହୋଇପାରିନଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଥିଲେ । ମାତ୍ର ଏଥିରେ କୌଣସି ନିଷ୍କର୍ଷ ବାହାରିପାରିନଥିଲା । ଫଳରେ ଗୃହକୁ ୪ଟା ଯାଏଁ ବାଚସ୍ପତି ମୁଲତବି ଘୋଷଣା କରିଥିଲେ।

Related Articles

Back to top button