
ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଛି
ପାରାଦୀପ: ଆତ୍ମଘୋଷିତ ବାବା ସାରଥିଙ୍କୁ ନେଇ ପୁଣି ବିବାଦ । ସିଂହାସନରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଛି । ପାରାଦୀପ ପିପ୍ପଳ ଗାଁରେ ପାଳନ କରାଯାଉଛି ନନ୍ଦ ଉତ୍ସବ । ସିଂହାସନରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଛି । ଏଥିରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥି ଆଶ୍ରିତ ଯୋଗଦେଇଛନ୍ତି । ହୋମଯଜ୍ଞ, ଧ୍ୟାନ ଓ ସାମୂହିକ ପ୍ରାର୍ଥନା ଚାଲିଥିବା ବେଳେ ଶେଷରେ ଦହିହାଣ୍ଡି ଭଙ୍ଗା ହେବ ବୋଲି ସୂଚନା ମିଳିଛି ।