ମହାପ୍ରଭୁ ବଳଭଦ୍ରଙ୍କ ରଥ ମୋଡ଼ ନେବାକାରଣରୁ ରଥଟଣା ବିଳମ୍ବ ହୋଇଥିଲା : ଆଇନ ମନ୍ତ୍ରୀ

ବଡ ଦାଣ୍ଡରେ ଗଡିଲା ତିନି ରଥ । ହେଲେ ଗୋଟିଏ ହେଲେ ରଥ ଶରଧାବାଲିରେ ପହଞ୍ଚି ପାରିନି । ନନ୍ଦିଘୋଷ ରଥଟଣାରେ ଅହେତୁକ ବିଳମ୍ବ ଘଟିଛି । କେବଳ ବିଧି ରକ୍ଷା ପାଇଁ ଶୁକ୍ରବାର ରାତି ୭ଟା ୪୫ରେ ରଥକୁ ଅଳ୍ପ ବାଟ ଟଣିବା ପରେ ବନ୍ଦ କରାଯାଇଛି । ତେଣୁ ଆସନ୍ତାକାଲି ସକାଳ ୯ଟା ୩୦ର ରଥ ଟଣା ହେବ ହେବ। ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ଆଇନ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା। ଏପରିକି ୪ଟା ସୁଦ୍ଧା ରଥଟଣା ବି ଆରମ୍ଭ ହୋଇଥିଲା। କିନ୍ତୁ ମହାପ୍ରଭୁ ବଳଭଦ୍ରଙ୍କ ରଥ ମୋଡ଼ ନେବାକାରଣରୁ ରଥଟଣା ବିଳମ୍ବ ହୋଇଥିଲା। ଅନୁକୂଳ ପାଗ ଯୋଗୁଁ ରଥଯାତ୍ରାରେ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଯାହା ଗତ ବର୍ଷ ଅପେକ୍ଷା ବହୁତ ଅଧିକ। ତେବେ ରଥଟଣା ବିଳମ୍ବ ଘଟିବାରୁ ନନ୍ଦିଘୋଷ ରଥକୁ କେବଳ ବିଧି ମୁତାବକ ଅଳ୍ପ ଦୂର ଟଣା ଯାଇଛି। ଆସନ୍ତାକାଲି ସକାଳେ ପୁଣି ଥରେ ରଥଟଣା ହେବ। ଏଥର ରଥଯାତ୍ରା ଅଘଟଣଶୂନ୍ୟ ରହିଛି। ଯେଉଁମାନେ ଦର୍ଶନ କରି ପାରି ନାହାନ୍ତି, ସେମାନେ କାଲି ଦର୍ଶନ କରି ପାରିବେ।

କାହିଁକି ରାତି ୭ଟା ୪୫ରେ ନନ୍ଦିଘୋଷ ରଥ ଟଣାଗଲା। ଏହାର ଉତ୍ତରରେ ଆଇନ ମନ୍ତ୍ରୀ କହିଛନ୍ତି, ଏଥିରେ ନୂଆ କଥା କିଛି ନୁହେଁ। ଏମିତି ଅନେକ ଥର ସୂର‌୍ୟ୍ୟାସ୍ତ ପରେ ବି ଲାଇଟ୍ ଲଗାଯାଇ ରଥଟଣା ହୋଇଛି। ରଥଯାତ୍ରା ଦିନ ରଥ ଗଡ଼ିବାର ଯେଉଁ ବିଧି ରହିଛି ସେହି ପ୍ରକ୍ରିୟାର ପାଳନ କରାଯାଇଛି। ଆସନ୍ତାକାଲି ସକାଳେ ପୁଣି ରଥଟଣା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ପ୍ରଥମ ଦିନର ରଥ ଟଣା ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକିଛି। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ଅଟକିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଅଳ୍ପ ବାଟ ଟଣା ଗଡ଼ି ସିଂହଦ୍ବାର ନିକଟରେ ହିଁ ଅଟକିଛି ନନ୍ଦିଘୋଷ ରଥ। ଆସନ୍ତାକାଲି ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ।

Related Articles

Back to top button