କୁଆଖାଇରେ ବୁଡ଼ି ଛାତ୍ର ନିଖୋଜ ଘଟଣା: ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: କୁଆଖାଇରେ ବୁଡ଼ି ଯାଇ ଛାତ୍ର ନିଖୋଜ ଘଟଣା । ମିଳିଲା ନିଖୋଜ ଥିବା ଦ୍ବିତୀୟ ନାବାଳକର ମୃତଦେହ । ମୃତ ଛାତ୍ର ହେଲେ ରଞ୍ଜନ ମାଢ଼ି । ପ୍ରତାପନଗରୀ କୁଆଖାଇ ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର ହୋଇଛି ।

ଖବର ଅନୁଯାୟୀ, ବୁଧବାର ଦିନ ୫ ଜଣ ସାଙ୍ଗ ଗାଧୋଉ ଥିବାବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ୨ ଜଣ  ନିଖୋଜ ଥିଲେ । ତେବେ କିଛି ସମୟ ପରେ ଦୁଇ ନିଖୋଜଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ନାମ ଆଶୁତୋଷ ପାଲ ବୋଲି ଜଣାପଡିଥିଲା । ଆଉ ଗୁରୁବାର ଦିନ ଆଉ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତେ ପଟିଆ ଅଞ୍ଚଳର ବୋଲି ଜଣାପଡିଛି ।

Related Articles

Back to top button