
ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବସ୍ଫୋରଣ କଲେ ମାଓବାଦୀ: ଜଣେ ଯବାନ ସହିଦ
ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବସ୍ଫୋରଣ କରିଛନ୍ତି । ଆଇଡି ବିସ୍ପୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛିlତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସେକ୍ଟର ୧୯ର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଯବାନଙ୍କ ମରଶରୀରକୁ ରାଉରକେଲାରୁ ସ୍ୱତନ୍ତ୍ର ହେଲିକେପଟର ଯୋଗେ ଝାରଖଣ୍ଡ ରାଞ୍ଚିନିକଟସ୍ଥ ୧୬୪ ସିଆର ପି ଏଫ ବାଟାଲିୟନ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି।