ରଥଯାତ୍ରାରେ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍‌।

ଏଥର ରଥଯାତ୍ରାରେ ପୁରୀକୁ ଗଡ଼ିବ ଏକ ହଜାର ବସ୍‌। ଘରୋଇ ବସ୍ ମାଲିକ ସଙ୍ଘ ସହ ବୈଠକ ପରେ ପରିବହନ କମିଶନର ଏନେଇ ସୂଚନା ଦେଇଛନ୍ତି, ଯେଉଁଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି। ରଥଯାତ୍ରା ପାଇଁ ପୁରୀ ତାଳବଣିଆ ଏବଂ ମାଳତୀପାଟପୁରରେ ବସ୍ ପାର୍କିଂ କରାଯିବ। ବସ୍ ରହଣୀସ୍ଥଳରୁ ରଥଯାତ୍ରା ଦେଖିବାକୁ ଯିବାକୁ ଯାତ୍ରୀଙ୍କ ପାଇଁ ବ୍ୟାଟେରୀ ଗାଡ଼ିର ବ୍ୟବସ୍ଥା କରାଯିବ। ତେବେ ଧାର୍ଯ୍ୟଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ ଗାଡ଼ି ମାଲିକ। ଏନେଇ ଘରୋଇ ବସ୍ ମାଲିକ ସଙ୍ଘ ସହ ଆଲୋଚନା ପରେ ନିଷ୍ପତି ନିଆଯାଇଛି। ଏହା ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧାଜନକ ଓ ପରିବେଶ ଅନୁକୂଳ ଯାତାୟାତ ସୁନିଶ୍ଚିତ କରିବ।

Related Articles

Back to top button