ଲିଙ୍ଗରାଜଙ୍କ ପୂଜା, ପ୍ରସାଦ ପାଇଁ ହେବ ଅନଲାଇନ ବୁକିଂ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଅନଲାଇନ୍‌ ସମନ୍ବିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ ଲାଗୁ ହେବ। ଏପରି ହେଲେ ଭକ୍ତ ଦର୍ଶନ, ପୂଜା କିମ୍ବା ପ୍ରସାଦ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଛି।
ଆଇନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମିଳିତ ଭାବେ ଏହି ଅନଲାଇନ ବ୍ୟବସ୍ଥା ଲାଗୁ କରିବେ। ଅନଲାଇନ ବ୍ୟବସ୍ଥାରେ ମନ୍ଦିରର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯିବ । ଧାର୍ମୀୟ ଭାବନାକୁ ସମ୍ମାନ ଦେଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Related Articles

Back to top button