
ତାତିକୁ ଦେଖି ଖୁବ୍ ଶୀଘ୍ର ଅନଲାଇନ କ୍ଲାସ ପାଇଁ ଆଲୋଚନା କରାଯିବା ପାରେ ବୋଲି କହିଛନ୍ତି ମନ୍ତ୍ରୀ
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯେଉଁଥି ପାଇଁ ଆଗୁଆ ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି । ତେବେ ସମୟ ଆଗରୁ ସ୍କୁଲ ବନ୍ଦ ହୋଇଯାଇଛି ହେଲେ କେବେ ଖୋଲିବ ସେନେଇ ବର୍ତ୍ତମାନ ଶିକ୍ଷା ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ଆଗାମୀ ଦିନରେ ଏପରି ନେଇ ଆଲୋଚନା ହୋଇପାରେ ।ହେଲେ ଖୁବ୍ ଶୀଘ୍ର ଅନଲାଇନ କ୍ଲାସ ପାଇଁ ଆଲୋଚନା କରାଯିବା ପାରେ ବୋଲି ମନ୍ତ୍ରୀ କହିଛନ୍ତି । ସମୟ ଆଗରୁ ସ୍କୁଲ ବନ୍ଦ କରାଯାଇଥିବାରୁ ଆଗକୁ ଅନଲାଇନ କ୍ଲାସ ଆରମ୍ଭ ହୋଇପାରେ ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି, ସରକାର ଛୁଟି ଘୋଷଣା କରିବା ପରେ ମଧ୍ୟ ଅନେକ ପ୍ରାଇଭେଟ୍ ସ୍କୁଲ ନିୟମ ମାନୁ ନାହାଁନ୍ତି । ବିଦ୍ୟାଳୟ ଖୋଲାଯାଉଛି । ତେବେ ଯେଉଁ ମାନେ ନିୟମକୁ ବେଖାତିର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।