କାଶୀପୁର ଝାଡ଼ାବାନ୍ତିରେ ୯ଜଣ ନୁହେଁ ୧୪ଜଣଙ୍କ ମୃତ୍ୟୁ ହେଲାଣି: ବିରୋଧୀଙ୍କ ବିଧାନସଭାରେ ଦାବି

ଭୁବନେଶ୍ୱର: ରାୟଗଡ଼ା ଜିଲା କାଶୀପୁରରେ ଦେଖାଯାଇଥିବା ଝାଡ଼ାବାନ୍ତିରେ ୯ଜଣ ନୁହେଁ ବରଂ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଦୂଷିତ ଜଳ ମିଶା ପାନୀୟ ଜଳ ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ୨ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଏହି ଘଟଣାର ପ୍ରତ୍ୟେକ୍ଷ ଅନୁଧ୍ୟାନ କରିବା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି କାଶୀପୁରକୁ ପଠାଯାଉ ବୋଲି ବିରୋଧୀ ବିଧାନସଭାରେ ଦାବି କରିଛନ୍ତି।

ଉଭୟ ଭାଜପା ଏବଂ କଂଗ୍ରେସ ଝାଡ଼ାବାନ୍ତି ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ଟିମ୍‌ ପରିସ୍ଥିତିର ଅନୁଧ୍ୟାନ ପାଇଁ ପଠାଯାଉ ବୋଲି କହିଥିଲେ। ଗୃହର ଉଦ୍‌ବେଗକୁ ଦେଖି ବାଚସ୍ପତି କହିଥିଲେ ଯେ ବିଭିନ୍ନ ଅଞ୍ଚଳର ପରିବେଶ ସମ୍ପର୍କିତ ସମସ୍ୟା ଦେଖିବା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ରହିଛି। ଏହା କହିବା ବେଳେ ବିରୋଧୀ କଂଗ୍ରେସ ଓ ଭାଜପାର ସଦସ୍ୟମାନେ କହିଥିଲେ ଯେ, ସେହି ଗୃହ କମିଟି କିଛି ଅନୁଧ୍ୟାନ କରୁନାହିଁ। ଆଉ ଗୋଟିଏ କମିଟି ଗଠନ କରାଯାଉ। ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ। ବାଚସ୍ପତି କହିଲେ,ମୋ ରୁଲିଂକୁ ମୁଁ ରିଜର୍ଭ(ସଂରକ୍ଷିତ) ରଖୁଛି। ଠିକ୍‌ ସମୟରେ ପଦକ୍ଷେପ ନେବି। ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ନ କରି ଗୃହକାର୍ଯ୍ୟରେ ଯୋଗଦାନ କରନ୍ତୁ ବୋଲି ସେ କହିଛନ୍ତି।

Related Articles

Back to top button