ପ୍ରକାଶ ପାଇଲା ୨୦୨୦ ଓଏଏସ ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ (Odisha Civil Service) ପରୀକ୍ଷା ଫଳ। ପ୍ରଥମ ତିନି ସ୍ଥାନରେ ରହିଛନ୍ତି ଛାତ୍ରୀ । ତେଜସ୍ବିନୀ ବେହେରା ଓଏଏସ (OAS) ଟପ୍ପର ହୋଇ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେସ୍ନା ଦାସ ଓ ତୃତୀୟ ସ୍ଥାନରେ ଅନନ୍ୟା ଶ୍ରିଷ୍ଠି ଶତପଥୀ ରହିଛନ୍ତି । ପରୀକ୍ଷାରେ ମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଛନ୍ତି। ଟପ ୧୦ ରାଙ୍କରେ ୭ ଜଣ ଝିଅ ରହିଥିବା ବେଳେ ୩ ଜଣ ପୁଅ ରହିଛନ୍ତି।

ସେହିପରି ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମ ସ୍ଥାନରେ ଦେବବ୍ରତ ମହାରଣା, ଷଷ୍ଠ ସ୍ଥାନରେ ଅଭିସ୍ମିତା ତିଵାରୀ, ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଟମ ସ୍ଥାନରେ ଶ୍ରୀତପା ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଷଡ଼ଙ୍ଗୀ ଓ ଦଶମ ସ୍ଥାନରେ ତପତି ରାଜ ରହିଛନ୍ତି ।

Related Articles

Back to top button